କନକ ବ୍ୟୁରୋ: ଆଜି ୯୦ତମ ବାୟୁସେନା ପ୍ରତିଷ୍ଠା ଦିବସ । ବାୟୁସେନାର ଇତିହାସରେ ପ୍ରଥମ ଥର ପାଇଁ ହେଡକ୍ୱାର୍ଟର ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରତିବର୍ଷ ବାୟୁସେନା ଦିବସରେ ଦିଲ୍ଲୀ ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଚଣ୍ଡିଗଡରେ ସମସ୍ତ ଆୟୋଜନ କରାଯାଇଛି ।
ଚଣ୍ଡିଗଡର ସୁକନା ଲେକ ଉପରେ ଶକ୍ତି ପ୍ରଦର୍ଶନ କରିବ ବାୟୁସେନା । ଏହି କାର୍ଯ୍ୟକ୍ରମରେ ୩ସେନାର ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ । ଚଣ୍ଡିଗଡରେ ପ୍ରାୟ ଦୁଇ ଘଂଟା ଧରି ବାୟୁସେନା ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/IAF_1633650281250_1633650287325.jpg)