ଆଜି ରଜ ସଂକ୍ରାନ୍ତି । ମନ୍ଦିର ବନ୍ଦ, ଦେବାଳୟରେ ତାଲା : ମାସ୍କ ଲଗାଇ ଓ ସାମାଜିକ ଦୂରତା ସହ ପାଳନ ହେଉଛି ଓଡ଼ିଶାର ଗଣପର୍ବ

289

କନକ ବ୍ୟୁରୋ : ଆଜି ସଂକ୍ରାନ୍ତିି । ତେବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ । କରୋନା ପାଇଁ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ଉପରେ କଟକଣା ଲଗାଯାଇଛି । ତେଣୁ ଫିକା ପଡିଯାଇଛି ରଜ ପର୍ବ । ଘରେ ଘରେ ଦୋଳି ବନ୍ଧାଯାଇଛି . ହେଲେ ସେହି ଉତ୍ସାହ ନାହିଁ । ଏକାଠି ଖେଳିବାକୁ ସାଙ୍ଗସାଥୀ ନାହାଁନ୍ତି ।

କରୋନା କଟକଣା ଭିତରେ ଫିକା ହୋଇଯାଇଛି ରଜ ମଉଜ । ଘରେ ରହି ପାଳନ ହୋଇଛି ପହିଲି ରଜ । ଘରେ ଘରେ ଝିଅମାନେ ସଜେଇ ବି ହେଉଛନ୍ତି । ନୂଆ ଜାମା ବି ପିନ୍ଧିଛନ୍ତି, କିନ୍ତୁ ପୂର୍ବ ବର୍ଷ ପରି ମନରେ ଖୁସି ନାହିଁ ।