କନକ ବ୍ୟୁରୋ: ମାସିକ ରେଡିଓ କାଯ ର୍୍ୟକ୍ରମ ମନ କି ବାତ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ହେଉଛି ମନ କି ବାତ କାର୍ଯ୍ୟକ୍ରମର ୧୦୨ ତମ ଅଧ୍ୟାୟ । ପ୍ରତିମାସରେ ଶେଷ ରବିବାର ମନ କି ବାତ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥାଏ । ତେବେ ଚଳିତ ଥର ଆସନ୍ତା ୨୫ ତାରିଖରେ ଶେଷ ରବିବାର ପଡୁଛି । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯିବେ । ତେଣୁ ଏକ ସପ୍ତାହ ପୂର୍ବରୁ ଅର୍ଥାତ ଆଜି ମନ କି ବାତ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ପ୍ରତିଥର ଭଳି ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ନିଜ ମନର କଥା କହିବେ ପ୍ରଧାନମନ୍ତ୍ରୀ । ଜୁନ ୧୩ ତାରିଖରେ ଟୁଇଟ କରି ମୋଦୀ ଏ ସମ୍ପର୍କରେ ସୂଚନା ଦେଇଥିଲେ ।