ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ । କଟକ ନେତାଜୀ ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

148

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ବିଶେଷ ଆୟୋଜନ କରାଯାଇଛି । ସଜେଇ ହୋଇଛି ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ । ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତି ଚାରଣ କରାଯାଉଛି ।

ଏହି ଅବସରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନେତାଜୀଙ୍କ ସଂଗ୍ରହାଳୟରେ ପହଂଚି ପ୍ରତମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।