କନକ ବ୍ୟୁରୋ: ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ଅଲିମ୍ପିକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କ ରହିଛି ଅତୁଳନୀୟ ଅବଦାନ । ଏହାର ସ୍ମୃତିଚାରଣ ଓ ଭାରତକୁ ବିଶ୍ୱର ପ୍ରମୁଖ କ୍ରୀଡା ଶକ୍ତି ଭାବେ ଉଭା କରିବା ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା ବିପ୍ଳବର ବହ୍ନି ଜଳାଇବା ଉଦ୍ଦେଶ୍ୟରେ ଏହି ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି ।

Advertisment

୧୯୨୮ରୁ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ଅଭିଯାନ ଆରମ୍ଭ ହୋଇଥିଲା । ୧୯୮୦ ମସିହା ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଦଳର ଦବଦବା ରହିଥିଲା । ମୋଟ୍ ୮ଟି ସ୍ୱର୍ଣ୍ଣ ଜିତି ଭାରତ ରେକର୍ଡ କରିଥିଲା । ଏହା ପରେ ୨୦୦୮ ଅଲିମ୍ପିକ୍ସକୁ ପୁରୁଷ ହକି ଦଳ ଯୋଗ୍ୟତା ହାସଲ କରିପାରିନଥିଲା । ସେହିବର୍ଷ ସୁଟର ଅଭିନବ ବିନ୍ଦ୍ରା ବ୍ୟକ୍ତିଗତ ଇଭେଂଟରେ ସ୍ୱର୍ଣ୍ଣ ଜିତି ଭାରତୀୟ କ୍ରୀଡାରେ ନୂଆ ଇତିହାସ ରଚିଥିଲେ । ଏବେ ନୀରଜ ଚୋପ୍ରା ଆଥଲେଟିକ୍ସରେ ଆଣିଛନ୍ତି ବିପଳ୍ପ । ନୀରଜ ଚୋପ୍ରା ଜାରି ରଖିଛନ୍ତି ତାଙ୍କର ସ୍ୱର୍ଣ୍ଣିମ ଯାତ୍ରା ।