କନକ ବ୍ୟୁରୋ: ନିଜେ ଅବିବାହିତ କିନ୍ତୁ ଅନେକ ଅସହାୟ ପିଲାଙ୍କ ମାଆ । ବେଦୀରେ ବସି ନାହାନ୍ତି କି ସଂସାର ଗଢିନାହାନ୍ତି କିନ୍ତୁ ସେ ମାଆ ବନିଯାଇଛନ୍ତି । ଅସହାୟ ଅନାଥ ପିଲାଙ୍କ ମୁଣ୍ଡ ଉପର ସୁରକ୍ଷାର ପଣତ ଢାଙ୍କି ଦେଇଛନ୍ତି । ଉଭୟ ବାପା ଓ ମାଆର ଭୂମିକା ନିର୍ବାହ କରୁଛନ୍ତି କେନ୍ଦ୍ରାପଡାର ମୀନତି ମହାରଣା । ସେମାନଙ୍କୁ ସ୍ନେହଶ୍ରଦ୍ଧାର ସହ ଲାଳନପାଳନ କରିବା ସହ ଖିଆ-ପିଆ ଠାରୁ ଆରମ୍ଭ କରି ପାଠପଢା ସବୁ ବୁଛୁଛନ୍ତି ବଡ ମାଆ ମୀନତି । ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ରହି କୁନି କୁନି ପିଲାଙ୍କ ବଡ ମାଆ ପାଲଟିଯାଇଛନ୍ତି ମୀନତି ।
ଆଉ ଜଣେ ମାଆ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚମ୍ଭାରିଗୁଡା ଯଶୋଦା ଅନାଥ ଆଶ୍ରମର ଯଶୋଦା ମାଆ କସ୍ତୁରି ଜାଲ । ୧୧୭ ପିଲାଙ୍କ ଲାଳନ ପାଳନରେ ନିଜ ଜୀବନର ସବୁତକ ସମୟକୁ ଉତ୍ସର୍ଗ କରୁଛନ୍ତି କସ୍ତୁରୀ । ସ୍ୱାମୀ କାମଧନ୍ଦା କରି ପିଲାଙ୍କ ପାଇଁ ଦାନା ଯୋଗାଡ କରୁଥିବା ବେଳେ କସ୍ତୁରୀ ପିଲାଙ୍କ ସବୁ ଦାୟିତ୍ୱ ତୁଲାଇଥାନ୍ତି ।
ଯିଏ ଜନ୍ମ ଦିଏ କେବଳ ସିଏ ମା’ ନୁହେଁ ଯିଏ ଲାଳନ ପାଳନ କରେ, ସ୍ନେହ ମମତାରେ ବାନ୍ଧି ରଖେ, ସେ ବି ମାଆ । ସେପରି ଜଣେ ଯଶୋଦା ମାଆ ହେଉଛନ୍ତି ଅନୁଗୁଳ ଚିନ୍ମୟୀ ଦାଶ । ଅନୁଗୁଳ ସହର ହାକିମପଡ଼ାରେ ଏକ ସେବାଶ୍ରମ କରି ୧୭ ଜଣ ଶିଶୁଙ୍କ ଜନନୀ ସାଜିଛନ୍ତି ଚିନ୍ମୟୀ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଚିନ୍ମୟୀ ଜଣେ ମହିଳା ନୁହଁନ୍ତ ସେ ଜଣେ କିନ୍ନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/6pm-6.jpg)