ଚାଷୀ ଆନ୍ଦୋଳନ ସମାଧାନ ପାଇଁ ଆଜି ହେବ ସଂଘ ଓ ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ୩-୩ ଥର ବୈଠକ ବିଫଳ ପରେ ଆଉ ଏକ ପ୍ରୟାସ ।
କନକ ବ୍ୟୁରୋ: ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀ ହରିୟାଣା ସୀମାରେ ହଜାର ହଜାର ଚାଷୀ ଅଟକି ରହିଛନ୍ତି । ଦିଲ୍ଲୀ ଚଲୋ ଡାକରାପାଇ ହରିୟାଣା ଓ ପଞ୍ଜାବରୁ ଶହ ଶହ ଚାଷୀ, ରାସନ ସାମଗ୍ରୀ ଧରି ଦିଲ୍ଲୀ ମୁହାଁ ହେଉଛନ୍ତି । ଦିଲ୍ଲୀ ସୀମା ସିଲ, ପ୍ରଶାସନର କଟକଣା ଭିତରେ ଆଜି ପଞାବର ଜଳନ୍ଧରରେ କେନ୍ଦ୍ର ସରକାର ଓ ଚାଷୀ ସଂଘ ମଧ୍ୟରେ ଚତୁର୍ଥ ବୈଠକ ହେବାକୁ ଯାଉଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ପଞ୍ଜାବ କିଷାନ ମଜଦୁର ସଂଘର୍ଷ କମିଟିର ନେତା ଶବ୍ରଣ ସିଂ ପନ୍ଧାର କହିଛନ୍ତି, ସାରା ଦେଶ ନଜର ଏବେ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି । କୃଷକଙ୍କ ନ୍ୟାର୍ଯ୍ୟ ଦାବିକୁ ମାନିନେଇ ଏମଏସପି ଉପରେ ସାହାସିକ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରି କହିଛନ୍ତି । କେନ୍ଦ୍ର ସରକାର ଦାବି ମାନିନେଲେ ଚାଷୀ ଘରକୁ ଫେରିଯିବେ, ନହେଲେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଚାଷୀ ନେତା ସୂଚେଇ ଦେଇଛନ୍ତି । ଗତ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ପିୟୂଷ ଗୋୟଲଙ୍କ ସହ ଆଲୋଚନା ବିଫଳ ହେବା ପରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିଲେ ସଂଯୁକ୍ତ କିଷାନ ମୋର୍ଚ୍ଚା । ଏହାର ପ୍ରଭାବ ହରିୟାଣା ଓ ପଂଜାବରେ ଦେଖିବାକୁ ମିଳିଛି । ପୂର୍ବରୁ ଫେବୃଆରି ୮ ତାରିଖ, ୧୨ ଓ ୧୫ ତାରିଖରେ କେନ୍ଦ୍ର ସରକାରଙ୍କ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ । ତେଣୁ ଆଜି ହେବାକୁ ଥିବା କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି ।