ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ । କେନ୍ଦ୍ରାପଡା ଲୋକସଭା ପାଇଁ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ । କେନ୍ଦ୍ରାପଡା ଲୋକସଭା ପାଇଁ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି

କନକ ବ୍ୟୁରୋ: କେନ୍ଦ୍ରାପଡାରେ ଆଜି ନାମାଙ୍କନ ଭରିବେ ନେତା । ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରା ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । ଆଜି ସକାଳୁ ଶଶୀଭୂଷଣ ବେହେରା କେନ୍ଦ୍ରାପଡାରେ ପହଂଚିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଉଭୟ ନାମାଙ୍କନ ପାଇଁ ଯାଉଛନ୍ତି ।

publive-image

କେନ୍ଦ୍ରାପଡାରୁ ଅନୁଭବଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବୈଜୟନ୍ତ ପଣ୍ଡା ଓ କଂଗ୍ରେସର ଧରଣୀଧର ନାୟକ । ସେହିଭଳି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଶଶୀଭୂଷଣ ବେହେରା । କଂଗ୍ରେସରୁ ଲଢୁଛନ୍ତି ଗଣେଶ୍ୱର ବେହେରା । କେନ୍ଦ୍ରାପଡା ଲୋକସଭା ଓ ବିଧାନସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବା ଅମୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe