କନକ ବ୍ୟୁରୋ: କେନ୍ଦ୍ରାପଡାରେ ଆଜି ନାମାଙ୍କନ ଭରିବେ ନେତା । ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରା ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । ଆଜି ସକାଳୁ ଶଶୀଭୂଷଣ ବେହେରା କେନ୍ଦ୍ରାପଡାରେ ପହଂଚିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଉଭୟ ନାମାଙ୍କନ ପାଇଁ ଯାଉଛନ୍ତି ।
କେନ୍ଦ୍ରାପଡାରୁ ଅନୁଭବଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବୈଜୟନ୍ତ ପଣ୍ଡା ଓ କଂଗ୍ରେସର ଧରଣୀଧର ନାୟକ । ସେହିଭଳି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଶଶୀଭୂଷଣ ବେହେରା । କଂଗ୍ରେସରୁ ଲଢୁଛନ୍ତି ଗଣେଶ୍ୱର ବେହେରା । କେନ୍ଦ୍ରାପଡା ଲୋକସଭା ଓ ବିଧାନସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବା ଅମୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/anubhab-sashi.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-09-13h23m43s921-300x220.png)