କନକ ବ୍ୟୁରୋ : ଆଜି ପବିତ୍ର ଅଁଳାନବମୀ । ସାକ୍ଷୀଗୋପାଳ ମନ୍ଦିରରେ ଜଗଦ୍ଧାତ୍ରୀ ମା’ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ପାଦଦର୍ଶନ ଅନୁଷ୍ଠିତ ହେଉଛି । ଏହି ବେଶ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବ୍ୟାରିକେଟ୍ ଦେଇ ଧାଡିରେ ଦର୍ଶନ କରୁଛନ୍ତି ଭକ୍ତ । ଅଁଳା ନବମୀ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ରାତି ଗୋଟାଏରୁ ମନ୍ଦିରର ଦେବନୀତି ଆରମ୍ଭ ହୋଇ ଭୋର ୫ଟା ସୁଦ୍ଧା ଶେଷ ହୋଇଛି । ଏହା ପରେ ଆରମ୍ଭ ହୋଇଛି ଦର୍ଶନ । ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଚାଲିବ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Screen-Shot-2023-11-21-at-7.35.53-AM.jpg)