କନକ ବ୍ୟୁରୋ : ଆଜି ଫ୍ରାଇଡେ ଫାଇଟ୍ । ପରଦାକୁ ଆସିଲା ଦୁଇ ବଲିଉଡ ଫିଲ୍ମ ସହ ୨ ଓଲିଉଡ ଫିଲ୍ମ । କଙ୍ଗନା ରଣାୱତଙ୍କ ଫିଲ୍ମ ’ଧାକଡ’କୁ ଟକ୍କର ଦେବ କାର୍ତ୍ତିକ ଆୟନ ଓ କିୟାରା ଆଡଭାନିଙ୍କ ଫିଲ୍ମ ଭୂଲ ଭୂଲେୟାଁ-ଟୁ । ଦୁଇଟି ଫିଲ୍ମ ପରସ୍ପରକୁ ଟକ୍କର ଦେବା ପରେ କିଏ ବକ୍ସ ଅଫିସରେ ବାଜି ମାରୁଛି, ତାହା ପ୍ରଥମ ଦିନର କଲେକ୍ସନ ପରେ ଜଣା ପଡିବ । ସେହିପରି ଓଲିଉଡରେ ବି ଆଜି ୨ଟି ଫିଲ୍ମ ରିଲିଜ ହୋଇଛି ।
ଗୋଟିଏ ହେଲା, ‘ଲଭ୍ ଫିଭର’ ଏବଂ ଅନ୍ୟଟି ହେଲା ‘ଆଉ ଗୋଟେ ଲଭ ଷ୍ଟୋରୀ’ । ଉଭୟର କାହାଣୀ ଲଭ୍ରୁ ଆରମ୍ଭ ହୋଇଥିବା ବେଳେ ଏହାର ଶୀର୍ଷକ ବି ଲଭ୍ ରହିଛି । ତେଣୁ ସିନେମାଦ୍ୱୟ ମଧ୍ୟରେ ଭଲ ଟକ୍କର ହେବା ସାଙ୍ଗକୁ ଦର୍ଶକଙ୍କ ସମର୍ଥନ ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି । ବହୁ ଦିନ ପରେ ଗୋଟିଏ ଦିନରେ ୨ଟି ଓଡିଆ ଫିଲ୍ମ ରିଲିଜ ହୋଇଥିବାରୁ ଉଭୟ ସିନେ କଳାକାର, ଦର୍ଶକଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/bhool-bhulaiyaa-2-advance-booking-2-days-to-go-001.jpg)