ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଆସନ୍ତା ନିର୍ବାଚନରେ ଅହିଂସାକୁ ଆଧାର କରି କଂଗ୍ରେସ ନିର୍ବାଚନ ମୈଦାନକୁ ଓହ୍ଳାଇବ ବୋଲି କହିଲେ ପିସିସି ସଭାପତି ।

71

କନକ ବ୍ୟୁରୋ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସତ୍ୟ ଓ ଅହିଂସାର ଜନକଙ୍କୁ ମନେ ପକାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ସେହିପରି କଂଗ୍ରେସ ଭବନ ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମେତ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି କଂଗ୍ରେସ ନେତା । କଂଗ୍ରେସ ଦଳ ଅହିଂସା ମାର୍ଗରେ ଚାଲିବାକୁ ବିଶ୍ୱାସ କରେ, ଆସନ୍ତା ସାଧାରଣ ନିର୍ବାଚନରେ ବି ଅହିଂସାକୁ ଆପଣେଇ ନିର୍ବାଚନ ମୈଦାନକୁ ଓହ୍ଳାଇବ ବୋଲି କହିଛନ୍ତି ପିସିସି ସଭାପତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୁର ରାଉତରାୟଙ୍କ ସମେତ ବହୁ ବରିଷ୍ଠ କର୍ମୀ ସାମିଲ ହୋଇଥିଲେ ।