ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ଦଳର ରଣକୌଶଳ

ସାଂଗଠନିକ, ରାଜନୈତକି ଓ ଅର୍ଥନୈତିକ ପ୍ରସଙ୍ଗରେ ହେବ ଆଲୋଚନା । ନବ ନିର୍ବାଚିତ କର୍ମକର୍ତାଙ୍କୁ ଦିଆଯିବ ଦାୟିତ୍ୱ

109

କନକ ବ୍ୟୁରୋ: ବିଜୁ ଜନତା ଦଳର ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ । ଏହାଛଡ ଦଳର ସାଂଗଠନିକ ବିଷୟ ଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ପ୍ରସଙ୍ଗରେ ପ୍ରସ୍ତାବ ଆସିବ । ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବ । ଏହି ଅବସରରେ ନବ ନିର୍ବାଚିତ କର୍ମକର୍ତାଙ୍କୁ ଦାୟିତ୍ୱ ବଂଟନ ଓ ଆଗାମୀ ଦିନ ପାଇଁ ରଣକୌଶଳ ନିର୍ଦ୍ଧାରଣ କରାଯିବ ।

୩୨ଟି ସାଂଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦିଆଯିବ । ସଭ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୁପାୟନ ନେଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଆଲଚୋନା କରାଯିବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ହେବ । ଡିସେମ୍ବର ୨୬ ତାରିଖରେ ବିଜେଡି ୨୪ ବର୍ଷରେ ପାଦ ଦେଉଥିବାରୁ ଓଡିଶାର ସମସ୍ତ ନିର୍ବାଚନମଣ୍ଡଳୀ, ପୌରାଂଚଳ ଓ ବ୍ଲକସ୍ତରରେ କୋଭିଡ କଟକଣା ଭିତରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।