ଆଜି ପବିତ୍ର ଅକ୍ଷୟତୃତୀୟା : ବାଙ୍କିର ପାଥପୁରରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

66

କନକ ବ୍ୟୁରୋ : ଆଜି ଅକ୍ଷୟତୃତୀୟା । ଚାଷୀଙ୍କ ଚାଷ ଅନୁକୂଳର ଦିନ । ବାଙ୍କିରେ ଆଜି ଅକ୍ଷିମୁଠି ଅନୁକୂଳ କରିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ବାଙ୍କିର ପାଥପୁରରେ ଏହି ଅକ୍ଷିମୁଠି ଅନୁକୂଳ ହୋଇଛି । ଏଥିରେ ବିଜେପି ରାଜ୍ୟ ସଭାପତିଙ୍କ ସହ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ଆଜି ଅନୁକୂଳର ପର୍ବ ଅକ୍ଷୟ ତୃତୀୟା । ଏଥିପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇପଡିଛି । ଅକ୍ଷିମୁଠି ଅନୁକୂଳ ସହ ଚାଷୀ ପୁଅ ଆଜି ଚାଷ କାମ ଆରମ୍ଭ କରିଛି । ଓଡିଶା ଭଳି କୃଷିପ୍ରଧାନ ରାଜ୍ୟ ପାଇଁ ଏହି ପର୍ବ ବେଶ ମହତ୍ୱ ରଖୁଛି । ଆଜି ଚାଷୀ ବିଲରେ ବିହନ ବୁଣି ଚାଷ କାମର ଆରମ୍ଭ କରିଛି । ଅନୁଗୁଳର ନାକଚିରେ ଅକ୍ଷିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ । ଆଜିର ଦିନରେ ବିନାପାଞ୍ଜି ଦେଖି ସମସ୍ତ କାମର ଶୁଭାରମ୍ଭ କରାଯାଇଥାଏ । ସେହିଭଳି କୌଣସି ଅନୁକୂଳ କାମ ପାଇଁ ଅକ୍ଷୟତୃତୀୟାକୁ ଭଲ ଦିନ ବୋଲି ଧରିନିଆଯାଇଥାଏ । ଅକ୍ଷୟତୃତୀୟାକୁ ସମୃଦ୍ଧିର ଦିନ ଭାବେ ବିଚାର କରାଯାଇଥାଏ । ତେଣୁ ଆଜି ସୁନା କିଣିବାକୁ ସୁନା ଦୋକାନରେ ଭିଡ ଦେଖିବାକୁ ମିଳିବ ।