ଆଜି ବିରାଟ ବାହିନୀକୁ ଟକ୍କର ଦେବେ ରୋହିତ । ଜାଣନ୍ତୁ, କେତେ ପ୍ରସ୍ତୁତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ?

149

କନକ ବ୍ୟୁରୋ : ଆଜି ଦେଖିବାକୁ ମିଳିବ ଆଇପିଏଲର ହାଇଭୋଲଟେଜ ମ୍ୟାଚ । ଆଜିର ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ଟକ୍କର ଦେବେ ରୋହିତ ଶର୍ମା । ଅର୍ଥାତ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଉଭୟ ଦଳଙ୍କ ପାଖରେ ମ୍ୟାଚ ଜିତିବାର ଦକ୍ଷତା ରହିଛି । ତେଣୁ ଆଜି ଦୁବାଇରେ ଛକା ଚୌକାର ବର୍ଷା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଉଭୟ ଦଳ ଚଳିତ ଆଇପିଏଲରେ ୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ୨ଟି ଉଭୟ ସମାନ ଗୋଟିଏ ବିଜୟ ଓ ଗୋଟିଏ ପରାଜୟର ଶିବାକ ହୋଇଛନ୍ତି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଟକ୍କର ଦେଇ ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବେ । ସେହିପରି ଉଭୟ ଦଳ ପଏଣ୍ଟ ଟେବୁଲରେ ବର୍ତ୍ତ ମାନ ଚତୁର୍ଥ ଓ ସପ୍ତମ ସ୍ଥାନରେ ରହିଛନ୍ତି ।

ମୁମ୍ବାଇ ଦଳରେ ଅନେକ ଦକ୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ରୋହିତ ଶର୍ମା, କ୍ରିସ ଲିନ୍, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦକ୍ଷ ଖେଳାଳି ରହିଛନ୍ତି । ସେହିପରି କୋଲକାତା ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏଥର ମଧ୍ୟ ରୋହିତ ବଡ ପାଳି ଖେଳିବା ଆଶାରେ ରହିବେ ।

ସେହିପରି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଦୁଇଟି ଯାକ ମ୍ୟାଚରେ ଅସଫଳ ରହିଛନ୍ତି । ହାଇଦ୍ରାବାଦ ବିପକ୍ଷ ପ୍ରଥମ ମ୍ୟାଚରେ ଏବି ଡିଭିଲିୟର୍ସ ଓ ଦେବଦତ୍ତ ପାଡିକଲ ଦମଦାର ପାଳି ଖେଳିଥିଲେ । ହେଲେ ପଞ୍ଜାବ ବିପକ୍ଷ ମ୍ୟାଚରେ ଅସଫଳ ହୋଇଥିଲେ ।
ବର୍ତ୍ତମାନ ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବ୍ୟାଟିଂ ନେବା ଲକ୍ଷ୍ୟରେ ରହିବ । ସେହିପରି ବିରାଟ କୋହଲି ଏହି ମ୍ୟାଚରୁ ନିଜ ଫର୍ମକୁ ଫେରିପାରନ୍ତି ।