ଆଇପିଏଲ ଟକ୍କର: ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-ହାଇଦ୍ରାବାଦ 

144

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଦିଲ୍ଲୀର ପଲ୍ଲା ଅଧିକ ଭାରି ରହିବ । କାରଣ ଚଳିତ ଆଇପିଏଲରେ ଦିଲ୍ଲୀ ଭଲ ପ୍ରଦର୍ଶନ କରିଆସିଛି । ସେପଟେ ଏହି ଆଇପିଏଲରେ ଉଭୟ ଦଳ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ସୁପର ଓଭରରେ ବିଜୟୀ ହୋଇଥିଲା ।

ପ୍ରଥମ ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଦିଲ୍ଲୀ ୧୫୯ ରନ କରିଥିଲେ ବି ହାଇଦ୍ରାବାଦ ଏହାକୁ ପିଛା କରି ଡ୍ର କରିବାରେ ସଫଳ ହୋଇଥିଲା । ହେଲେ ସୁପର ଓଭରରେ ଦିଲ୍ଲୀ ବିଜୟୀ ହୋଇଥିଲା । ତେଣୁ ଏହି ମ୍ୟାଚରେ ବି କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଚଳିତ ଆଇପିଏଲରେ ଦିଲ୍ଲୀ ୮ଟି ମ୍ୟାଚ ଖେଳି ୬ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି । ଏହାସହ ଦିଲ୍ଲୀ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ହାଇଦ୍ରାବାଦ ୭ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୬ଟି ପରାଜୟ ସହ ପଏଣ୍ଟ ଟେବୁଲର ସବାଶେଷରେ ରହିଛି ।