ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ବର୍ଷା ସାଜିପାରେ ବାଧକ । ବର୍ଷା ହେଲେ ୩୦ ତାରିଖ ରିଜର୍ଭ ଡେକୁ ଯିବ ମ୍ୟାଚ

ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ବର୍ଷା ସାଜିପାରେ ବାଧକ । ବର୍ଷା ହେଲେ ୩୦ ତାରିଖ ରିଜର୍ଭ ଡେକୁ ଯିବ ମ୍ୟାଚ

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା । ଟାଇଟଲ ପାଇଁ ପଡିଆରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ହେଲେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ ଉପରେ ବର୍ଷାର ବିପଦ ରହିଛି । ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାର୍ବାଡୋସରେ ହେବାକୁ ଥିବା ଏହି ମ୍ୟାଚକୁ ବର୍ଷା ଧୋଇଦେବା ଆଶଙ୍କା ରହିଛି । ପୂର୍ବରୁ ମଧ୍ୟ ୱାର୍ଲଡ କପର ବହୁ ମ୍ୟାଚ ବର୍ଷା ବାଧିତ ହୋଇଛି । ତେଣୁ ଆଜିର ମ୍ୟାଚ ବର୍ଷା ଯୋଗୁଁ ବାଧିତ ହେଲେ ରିଜର୍ଭ ଡେକୁ ଘୁଞ୍ଚିଯିବ ମ୍ୟାଚ । ଜୁନ ୩୦ ତାରିଖରେ ରିଜର୍ଭ ଡେ ରଖାଯାଇଛି । ଯଦି ମ୍ୟାଚ ୧୦-୧୦ ଓଭର ଖେଳାନ ଯାଏ ତେବେ ରିଜର୍ଭ ଡେକୁ ସିଫ୍ଟ ହୋଇଯିବ । ଆଇସିସିର ନିୟମ ଅନୁସାରେ ଫାଇନାଲ ମ୍ୟାଚ ହୋଇନପାରିଲେ କିମ୍ବା ଟାଇ ସ୍ଥିତି ହେଲେ ସୁପର ଓଭର ଖେଳାଯାଇଥାଏ । ଯଦି ରିଜର୍ଭ ଡେରେ ମଧ୍ୟ ଫଳାଫଳ ବାହାରିନପାରିଲେ ଦୁଇ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ ବୋଲି ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe