ଆଜି ଭାରତ ପାଳୁଛି ବିଜୟ ଦିବସ । ଭାରତର ଜୋରଦାର ଆକ୍ରମଣରେ ହାର ମାନିଥିଲା ପାକିସ୍ତାନ, ଏକାସାଙ୍ଗରେ ୯୩ ହଜାର ସୌନିକ କରିଥିଲେ ଆତ୍ମସମର୍ପଣ

534

କନକ ବ୍ୟୁରୋ : ଆଜି ଭାରତ ପାଳୁଛି ବିଜୟ ଦିବସ । ପାକିସ୍ତାନ-ଭାରତ ଯୁଦ୍ଧରେ ବିଜୟ ହୋଇଥିଲା ଭାରତ । ୧୯୭୧ ମସିହାରେ ୯୩ ହଜାର ପାକିସ୍ଥାନୀ ସୈନିକ ଭାରତୀୟ ସୈନିକଙ୍କ ପାଖରେ ଆତ୍ମସମର୍ପଣ କରିଦେଇଥିଲେ । ଭାରତର ଏହି ଐତିହାସିକ ବିଜୟକୁ ବିଜୟ ଦିବସ ରୂପରେ ପାଳନ କରାଯାଉଛି । ଯୁଦ୍ଧରେ ଭାରତୀୟ ସୈନିକଙ୍କ ବୀରତା, ଅଦମ୍ୟ ସାହାସିକତା ଓ ରଣନୈତିକ କୌଶଳ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମଧ୍ୟ ଭୁଲି ପାରିନାହାନ୍ତି ।

ଏହି ଯୁଦ୍ଧ କୌଶଳ ବିଷୟରେ କ୍ୟାପଟେନ ଟି.କେ ତ୍ରିପାଠୀ କହିଛନ୍ତି ଯେ, ସେ ଦିନ କଥା ମନେପକାଇଲେ ଗର୍ବରେ ଛାତି ଚଉଡା ହୋଇଯାଏ । ଯୁଦ୍ଧ ସମୟରେ ସୈନିକମାନେ ବୀରତ୍ୱର ପରିଚୟ ଦେଇଥିଲେ । କେବଳ ଏତିକି ନୁହେଁ ବରଂ ବହୁ କଷ୍ଟରେ ଶତ୍ରୁ ପକ୍ଷଙ୍କୁ ଉଚିତ ଜବାବ ଦେଇଥିଲେ । ଏହାସହ ଏକାସାଙ୍ଗରେ ଏପରି ଭାବରେ କୌଣସି ଦେଶର ସୈନିକ ମଧ୍ୟ ଆତ୍ମସମର୍ପଣ କରିବାର ନଜର ନାହିଁ । ତେବେ ଏହି ଗର୍ବକୁ କେବେ ବି କୌଣସି ସେନା କର୍ମଚାରୀ ଭୁଲିପାରିବେ ନାହିଁ । କାରଣ ସେହିଦିନର ସ୍ମୃତିକୁ ଏବେ ବି ସାଉଂଟି ରଖାଯାଇଛି ବୋଲି ଯୁଦ୍ଧରେ ଲଢିଥିବା ଯୋଦ୍ଧାମାନେ ମତ ରଖିଛନ୍ତି ।