ରଙ୍ଗର ପର୍ବ ହୋଲି । ରଙ୍ଗେଇ ହେଉଛି ଓଡିଶା, ମନରେ କରୋନା ଭୟ ତଥାପି ଉତ୍ସାହ ଅଧିକ : ବଜାରରେ ହର୍ବାଲ ହୋଲିର ଚାହିଦା

242

କନକ ବ୍ୟୁରୋ : ରଙ୍ଗର ପର୍ବ ହୋଲିରେ ରଙ୍ଗେଇ ହେଉଛି ଓଡିଶା । ସକାଳୁ ସକାଳୁ ଆରମ୍ଭ ହେଲାଣି ରଙ୍ଗ ଲଗା । ତେବେ ଆଜି ମଧ୍ୟ ରଙ୍ଗ ଦୋକାନ ଗୁଡିକ ଖାଁ ଖାଁ ରହିଛି । କରୋନା ଭୟରେ ରଙ୍ଗ କିଣିବାକୁ କେହି ଯାଉ ନାହାନ୍ତି । ବେପାର ମାନ୍ଦା ପଡୁଥିବା ଦେଖି କିଣା ଦାମରୁ କମ ଦାରରେ ରଙ୍ଗ ବିକ୍ରି କରିବାକୁ ଦୋକାନୀ ବାଧ୍ୟ ହେଉଛନ୍ତି ।

ତଥାପି ରଙ୍ଗ ଦୋକାନରେ ଭିଡ ଦେଖିବାକୁ ମିଳୁନାହିଁ । ଓଡିଶା ସ୍ୱାସ୍ଥ୍ୟ ବିଭାଗ ହୋଲିକୁ ନେଇ ସତର୍କତା ଜାରି କରିବା ପରେ ଲୋକେ ରଙ୍ଗ ଖେଳିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଆଉ ଏହାର ସିଧା ପ୍ରଭାବ ପଡିଛି ରଙ୍ଗ ବଜାର ଉପରେ । କହିବାକୁ ଗଲେ ମୋଟାମୋଟି ଏଥର ରଙ୍ଗର ପର୍ବ ହୋଲି ଘର ଓ ଘରର ସଦସ୍ୟଙ୍କ ଭିତରେ ସୀମିତ ରହିବ ବୋଲି ଅନୁମାନ କରାଯାଉଛି ।