କନକ ବ୍ୟୁରୋ: ଚାଲିଛି ନାମାଙ୍କନ ପର୍ବ । ବିରାଟ ପଟୁଆରାରେ ଯାଇ ନାମାଙ୍କନ ଭରୁଛନ୍ତି ବିଭିନ୍ନ ଦଳର ନେତା । ଆଜି କଟକର ବିଜେପି ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ନାମାଙ୍କନ ଦାଖଲ କରିବେ । ସେହିପରି କଟକ ବାରବାଟୀରୁ କଂଗ୍ରେସ ବିଧାନସଭା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍ ଏବଂ କଟକ—ଚୌଦ୍ୱାର ବିଜେଡ଼ି ବିଧାନସଭା ପ୍ରାର୍ଥୀ ସୌଭିକ ବିଶ୍ୱାଳ ନାମାଙ୍କନ ଦାଖଲ ପାଇଁ ବାହାରିଛନ୍ତି । ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ଏବଂ ବିଜେପି ପ୍ରାର୍ଥୀ ବାବୁ ସିଂ ଆଜି ନାମାଙ୍କନ ଦାଖଲ କରିବେ । ସେପଟେ ଝାରସୁଗୁଡାର ବିଜେଡି ବିଧାନସଭା ପ୍ରାର୍ଥୀ ଦୀପାଳୀ ଦାସ ନାମାଙ୍କନ ଭରିବା ପାଇଁ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ।