କନକ ବ୍ୟୁରୋ : ପୁରୀରେ ରଥ ନିର୍ମାଣ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି ମହାରଣା ଓ ଭୋଇ ସେବାୟତ । ତେବେ ରଥ ନିର୍ମାଣରେ ଲାଗିଥିବା ଏହି ସେବାୟତମାନଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା ହେବ । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ସଂଗରୋଧରେ ରହିଛନ୍ତି । ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖାଯାଇଛି ।
ରଥଯାତ୍ରା ହେବ ନା ନାହିଁ ତାହା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ସବୁଜ ସଂକେତ ପରେ ସେବାୟତମାନେ ରଥ ନିର୍ମାଣ କାମ ଜାରି ରଖିଛନ୍ତି । ରଥ ଖଳାକୁ ଧଳା କପଡାରେ ଢାଙ୍କି, ବ୍ୟାରିକେଡ୍ କରି ରଥକାମ ଆଗେଇ ଚାଲିଛି । ରଥଖଳା ଠାରୁ ୨ଶହ ମିିଟର ଯାଏଁ ନିଷେଧାଂଚଳ ଘୋଷଣା କରାଯାଇଛି । ମହାରଣା ସେବାୟତ, ଭୋଇ ସେବାୟତ ଓ କମାର ସେବାୟତ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/ratha-7.jpg)