ବାଜିବ ନିର୍ବାଚନୀ ବିଗୁଲ ! ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ

26

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଆଜି ଅପରାହ୍ଣରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ଅପରାହ୍ଣରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ନଭେମ୍ବରରେ ସରୁଥିବାବେଳେ ଗୁଜୁରାଟ ବିଧାନସଭାର କାର୍ଯ୍ୟକାଳ ସରିବ ଆସନ୍ତା ଜାନୁୟାରୀରେ । ତେବେ ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଏକାସଙ୍ଗେ ଘୋଷଣା ହୋଇପାରେ । ହେଲେ ପ୍ରଥମେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । କାରଣ ଶୀତଦିନ ପୂର୍ବରୁ ବରଫପାତକୁ ନଜରରେ ରଖି ଏହି ନିଷ୍ପତି ନେଇପାରନ୍ତି ଇସି ।