ଗଞ୍ଜାମ ପୋଲିସର ୭୧ ତମ ଏନକାଉଣ୍ଟର ! ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ

187

ଗଂଜାମ ପୋଲିସର ୭୧ ତମ ଏନକାଉଂଟର । ପାଲୁରରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ୍ ଆହତ ହୋଇଛି । ଅପରାଧୀର ଡାହଣ ଗୋଡରେ ବାଜିଛି ଗୁଳି ବାଜିଥିବା ବେଳେ ଏଥିରେ ଦୁଇ ଜଣ କନଷ୍ଟେବଳ ବି ଆହତ ହୋଇଛନ୍ତି । ଏନକାଉଂଟର ବେଳେ ପୋଲିସ ଗୋଟିଏ ମୋଟର ସାଇାକଲ, ଗୋଟି ମାଉଜର, ଦୁଇଟି ଜିବନ୍ତ କ୍ୟାଟ୍ରେଜ ମଡ଼୍ୟ ଜବତ କରିଛି । ଗଂଜାମର ସୁଧିର ପାଢୀ ହତ୍ୟାକାଣ୍ଡ ଓ ଅନେକ ଅପରାଧରେ ଏହାର ସମ୍ପୃକ୍ତି ଥିବା ପୋଲିସ କହିଛି । ଅଧିକ ଚିକତ୍ସା ପାଇଁ ପ୍ରମୋଦ ବାରିକକୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଛି ।

ତେବେ ଗତକାଲି ମଧ୍ୟ ଗଂଜାମ ପୋଲିସ ଏନକାଉଁଟର କରିଥିଲା । ଏନକାଉଁଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଥିଲା । ସ୍ଥାନୀୟ ଅଂଚଳର ଜୟଶ୍ରୀ କେମିକାଲ ରାସ୍ତାରେ ପୋଲିସ ଏନକାଉଁଟର କରିଥିଲା  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.