ଗଂଜାମ ପୋଲିସର ୭୧ ତମ ଏନକାଉଂଟର । ପାଲୁରରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ୍ ଆହତ ହୋଇଛି । ଅପରାଧୀର ଡାହଣ ଗୋଡରେ ବାଜିଛି ଗୁଳି ବାଜିଥିବା ବେଳେ ଏଥିରେ ଦୁଇ ଜଣ କନଷ୍ଟେବଳ ବି ଆହତ ହୋଇଛନ୍ତି । ଏନକାଉଂଟର ବେଳେ ପୋଲିସ ଗୋଟିଏ ମୋଟର ସାଇାକଲ, ଗୋଟି ମାଉଜର, ଦୁଇଟି ଜିବନ୍ତ କ୍ୟାଟ୍ରେଜ ମଡ଼୍ୟ ଜବତ କରିଛି । ଗଂଜାମର ସୁଧିର ପାଢୀ ହତ୍ୟାକାଣ୍ଡ ଓ ଅନେକ ଅପରାଧରେ ଏହାର ସମ୍ପୃକ୍ତି ଥିବା ପୋଲିସ କହିଛି । ଅଧିକ ଚିକତ୍ସା ପାଇଁ ପ୍ରମୋଦ ବାରିକକୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଛି ।
ତେବେ ଗତକାଲି ମଧ୍ୟ ଗଂଜାମ ପୋଲିସ ଏନକାଉଁଟର କରିଥିଲା । ଏନକାଉଁଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଥିଲା । ସ୍ଥାନୀୟ ଅଂଚଳର ଜୟଶ୍ରୀ କେମିକାଲ ରାସ୍ତାରେ ପୋଲିସ ଏନକାଉଁଟର କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/19_11_2017-amroha_police_encounter.jpg)