କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ, ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ସାରା ରାଜ୍ୟରେ ଏହାକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଏ । ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିନକୁ ଖୁବ୍ ଉତ୍ସାହର ସହ ପାଳନ କରୁଛି । କଟକ ଆନନ୍ଦ ଭବନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଛି ।
ଏହି ଅବସରରେ ବିଜେଡି ପକ୍ଷରୁ ସାଇକେଲ ରାଲିର ଆୟୋଜନ କରାଯାଇଛି । କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ଅଭିମୁଖେ ସାଇକେଲ୍ ରାଲି ବାହାରି ସାରିଛି । ଏହି ରାଲି ଭୁବନେଶ୍ୱର ବିମାନ ବନ୍ଦର ଯାଏଁ ଆସିବ । ଏଥିରେ ହଜାର ହଜାର ସଂଖ୍ୟକ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ବହୁ ଛାମୁଆ ନେତା ଏହାର ନେତୃତ୍ୱ ନେଉଥିବା ବେଳେ ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ହୋଇଛନ୍ତି ।
କଟକରୁ ସାଇକେଲରେ ବାହାରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ. ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରମୁଖ ଏହି ସାଇକେଲ ରାଲିର ନେତୃତ୍ୱ ନେଉଛନ୍ତି । ବିଜୁ ବାବୁ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସବ ବୋଲି ନେତାମାନେ କହିଛନ୍ତି । ପ୍ରବାଦ ପୁରୁଷ ତାଙ୍କ ଜୀବନରେ କରିଥିବା କାର୍ଯ୍ୟକ୍ରମ ଆଜିର ଯୁବ ପୀଢିଙ୍କୁ ଆଗକୁ ବଢିବାକୁ ସାହାସ ଯୋଗାଏ ବୋଲି କହିଛନ୍ତି ବିଜୁ ଜନତା ଦଳର ନେତା ଓ କର୍ମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/1-4.jpg)