୧୦୪ ତମ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ମନେପକାଉଛି ରାଜ୍ୟ । ରାଜଧାନୀରେ ମିନି ମାରାଥନ୍, କଟକରେ ଏସସିବି ନବକଳେବରର ହେବ ଶିଳାନ୍ୟାସ

255

କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଆଜିର ଦିନକୁ ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ମିନି ମାରାଥନ ।

ବିଜୁ ପଟ୍ଟନାୟକ ପାର୍କ ନିକଟରୁ ମାରାଥନ ବାହାରି ଏଜି ଛକ, ରାଜଭବନ ଛକ, ପାୱାର ହାଉସ ଛକ ଦେଇ ମାରାଥନ କଳିଙ୍ଗ ଷ୍ଟାଡିୟମରେ ପଂହଚିଛି । ଏହାସହ ଆଜି କଟକ ଏସସିବି ମେଡିକାଲ କଲେଜର ନବେକଳବର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ବାଲିଯାତ୍ରା ପଡିଆରେ ବି ମେଗା ସମାବେଶ ବି ହେବ ।