କନକ ବ୍ୟୁରୋ : ଘମାଘୋଟ ପ୍ରଚାର, ଅନ୍ଧାରୀ ବିଜେ ସରିଲା। ଆଜି ଭୋଟ୍। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯିବ। ୪ ଲୋକସଭାର ୨୬ ପ୍ରାର୍ଥୀ ଓ ୨୮ ବିଧାନସଭାର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ମତଦାତା। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନଜର ରହିଛି ଏହି ପର୍ଯ୍ୟାୟ ଭୋଟ ଉପରେ। ଯଦିଓ ମେ’ ୨୩ ତାରିଖରେ ମତ ଗଣନା ହେବ, ତଥାପି ଏହି ପର୍ଯ୍ୟାୟ ନିର୍ବାଚନରୁ ହିଁ ଭୋଟରଙ୍କ ମୁଡ ମାପିବେ ନେତା।କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଚାରିଟି ଲୋକସଭା ଆସନ ଏବେ ବିଜେଡି ଦଖଲରେ ଅଛି। ବିଜେଡି ଚାରିଟି ଯାକ ଲୋକସଭା ଆସନ ଦଳ ନିଜ ପାଖେ ପୂର୍ବଭଳି ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛି। ବିଜେପି ଓ କଂଗ୍ରେସ ସ୍ଥିତିରେ ସୁଧାର ଆସିବ ବୋଲି ଲକ୍ଷ୍ୟ ରଖିଛନ୍ତି।
/kanak/media/post_attachments/wp-content/uploads/2019/04/Election1_EPS.jpg)
/kanak/media/post_attachments/wp-content/uploads/2019/03/vote_2.jpg)
/kanak/media/post_attachments/wp-content/uploads/2019/03/541098-election-generic-770x433-1.jpg)