କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସଚିବାଳୟରେ ସନ୍ଧ୍ୟା ୬ଟା ୧୫ରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ନିର୍ଦ୍ଦିଷ୍ଟ ଭାବେ କେଉଁ ଏଜେଣ୍ଡା ଉପରେ ଆଲୋଚନା ହେବ, ତାହା ଜଣାପଡ଼ି ନାହିଁ। ତେବେ ଆଗକୁ ନିର୍ବାଚନ ଥିବାରୁ କିଛି ଜନକଲ୍ୟାଣକାରୀ ଯୋଜନାରେ କ୍ୟାବିନେଟ୍ ମୋହର ବାଜିବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନରେ ଏ ସଂକ୍ରାନ୍ତରେ କିଛି ବିଲ୍ ଆଣିବା ପାଇଁ ହଠାତ୍ କ୍ୟାବିନେଟ୍ ବୈଠକ ଡକାଯାଇଥିବା କୁହାଯାଉଛି।ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ୨୦୧୮-୧୯ ବର୍ଷର ପ୍ରଥମ ଚିଠା ଅତିରିକ୍ତ ବଜେଟ୍ ସମେତ ବିଧାନ ପରିଷଦ ପ୍ରସ୍ତାବକୁ ସ୍ୱୀକୃତି ମିଳିଥିଲା। ବିଧାନସଭା ଅଧିବେଶନ ପୂର୍ବରୁ ପୁଣି ଥରେ କ୍ୟାବିନେଟ୍ ବୈଠକ ଡକାଯାଉଥିବାରୁ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ଜନକଲ୍ୟାଣକାରୀ ଯୋଜନାରେ ବାଜିପାରେ ମୋହର
Advertisment
Follow Us