ମନିଷୀଙ୍କୁ ମନେପକାଉଛି ରାଜ୍ୟ । ଜୟନ୍ତୀରେ ସଶସ୍ତ୍ର ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ବୋଷ ଓ ବିପ୍ଲବୀ ସୁରେନ୍ଦ୍ର ସାଏଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

307

କନକ ବ୍ୟୁରୋ : ଆଜି ଜାନୁଆରୀ ୨୩ ତାରିଖ । ଆଉ ଆଜିର ଦିନରେ ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ସଶସ୍ତ୍ର ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁନ୍ଦ୍ରେ ସାଏ ଜନ୍ମଗ୍ରହଣ କରିଥିଲେ । ଉଭୟଙ୍କ ବିଶ୍ୱାସ ଥିଲା ରକ୍ତ ନାହିଁ ତ ସଂଗ୍ରାମ ନାହିଁ । ଏମାନଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିର ଗାଥା ଥିଲା ଅତୁଳନୀୟ । ଆଜି ଏହି ଦୁଇ ମହାନ ସନ୍ତାନ୍ତଙ୍କ ପବିତ୍ର ଜୟନ୍ତୀ । ଦେଶର ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ସୁଭାଷ ବୋଷ ଥିଲେ ଅନ୍ୟତମ । ବିଦ୍ରୋହୀ ସଂଗ୍ରାମୀ ଭାବରେ ସେ ଥିଲେ ପରିଚିତ । ୧୮୯୭ ମସିହା ଆଜିର ଦିନରେ ସୁଭାଷ ବୋଷ କଟକରେ ଜନ୍ମଗ୍ରହଣ କରିଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସେ ଦେଶବାସୀଙ୍କୁ ଏକଜୁଟ କରିଥିଲେ ।

source : google

ତାଙ୍କର ଦିଲ୍ଲୀ ଚଲୋ ଆହ୍ୱାନରୁ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜ ଅଭିଯାନ । ଫୌଜ ଉପରେ ବ୍ରିଟଶ ସୈନ୍ୟବାହୀନୀ ଜୋରଦାର ଆକ୍ରମଣ କରିଥିଲା । ଏହାପରେ ସୁଭାଷ ଚିରକାଳ ପାଇଁ ହଜିଯାଇଥିଲେ । ସେହିଭଳି ଆଉ ଜଣେ ବୀର ଥିଲେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୀବନକାଳର ସେ ଅଧା ସମୟ କାରଗାରରେ କାଟିଥିଲେ । ଶେଷ ନିଶ୍ୱାସ ଯାଏଁ ସେ ବନ୍ଦୀ ଜୀବନ ବିତାଇଥିଲେ ।