କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଶୀର୍ଷ ସ୍ଥାନରେ ରହିବା ପାଇଁ ଏହି ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ । ଚେନ୍ନାଇ ନିଜ ସ୍ଥାନ ବଜାୟ ରଖିବା ପାଇଁ ଲଢେଇ କରିବ । ସେହିପରି ଦିଲ୍ଲୀ ଚେନ୍ନାଇକୁ ମାତ ଦେଇ ଟପ ୧ରେ ରହିବାକୁ ପ୍ରୟାସ କରିବ ।
ଚଳିତ ଆଇପିଏଲ ଦିଲ୍ଲୀ-ଚେନ୍ନାଇ ଶକ୍ତିଶାଳୀ ନଜର ଆସିଛନ୍ତି । ଦୁଇ ଦଳ ଆଇପିଏଲ ପଏଣ୍ଟ ଟେବୁଲର ସମାନ ସ୍ଥିତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚେନ୍ନାଇ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୩ଟି ପରାଜୟ ସହ ୧୮ ପଏଣ୍ଟରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୩ଟି ପରାଜୟ ସହ ୧୮ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି ।
ଦୁଇ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ଚେନ୍ନାଇକୁ ମାତ ଦେଇଥିଲା । ତେବେ ଆଜିର ମ୍ୟାଚରେ ଚେନ୍ନାଇ ବଦଲା ନେବାକୁ ଚେଷ୍ଟା କରିବ । ତେଣୁ ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/MS-Dhoni-and-Rishabh-Pant-during-the-toss-ceremony-between-CSK-and-DC-IPL-2021-match-2©IPL.jpg)