ଦିଲ୍ଲୀରେ ପୁଣି ଚାଲିବ କି କେଜ୍ରିୱାଲଙ୍କ ରାଜ ! ଆଜି ବାହାରିବ ରେଜଲ୍ଟ, ସକାଳ ୮ଟାରୁ ୨୧ଟି ଭୋଟ କେନ୍ଦ୍ରରେ ଆରମ୍ଭ ହେବ ଗଣତି

87

କନକ ବ୍ୟୁରୋ : ଆଜି ଆସିବ ଦିଲ୍ଲୀ ରାୟ । ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା ଭୋଟର ଗଣତି ହେବ । ଆଜି ସ୍ପଷ୍ଟ ହୋଇଯିବ ଦିଲ୍ଲୀରେ କାହାର ଚାଲିବ ରାଜ , କିଏ ଦଖଲ କରିବ ଦିଲ୍ଲୀ । ଆଜି ସକାଳ ୮ଟାରୁ ୨୧ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସଠିକ ଓ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି କରିବା ପାଇଁ ସବୁ ବ୍ୟବସ୍ଥା ହୋଇଛି । ୨୧ଟି କେନ୍ଦ୍ରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପାରାମିଲିଟାରୀ ଫୋର୍ସ ଓ ଦିଲ୍ଲୀର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଇଭିଏମର ସୁରକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଫେବ୍ରୁଆରୀ ୮ ତାରିଖରେ ଶେଷ ହୋଇଥିବା ମତଦାନରେ ୬୨.୫୯ ପ୍ରତିଶତ ପୋଲିଂ ହୋଇଥିଲା । ଆସନ୍ତାକାଲି ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ସ୍ଥିର ହୋଇଛି । ଭୋଟଗଣତି ଏବଂ ବ୍ୟକ୍ତିଗତ ଆସନଗୁଡିକରେ ସମସ୍ତ ତଥ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।