ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ : ସକାଳ ୮ଟାରୁ ୭୦ ଆସନରେ ଆରମ୍ଭ ହେବ ମତଦାନ , ସୁରକ୍ଷାରେ ୭୦ ହଜାର ସୁରକ୍ଷା କର୍ମୀ ମୁତୟନ

152

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ପଡିବ ଭୋଟ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏଥର ଜମୁଛି ତ୍ରିମୁଖୀ ଲଢେଇ । ଦେଖିବା କଥା ପୁଣି ଥରେ କେଜ୍ରିୱାଲଙ୍କ ଆପ୍ କମାଲ କରୁଛି । ନା ମୋଦିଙ୍କ ଚମକରେ କ୍ଷମତାରୁ ଦୂରରେ ରହିଥିବା ବିଜେପି ଫେରୁଛି କ୍ଷମତାକୁ । ଏହାରି ଭିତରେ ସେପଟେ କଂଗ୍ରେସ କମାଲ କରିବା ଆଶା ଛାଡିନି । ଦେଖିବା କଥା ଦିଲ୍ଲୀ ବାସୀ ଏଥର କାହାକୁ ଦେଉଛନ୍ତି ଦିଲ୍ । ସକାଳ ୮ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ଦିଲ୍ଲୀରେ ମୋଟ୍ ୧ କୋଟି ୪୭ ଲକ୍ଷ ଭୋଟର ୧୩ ହଜାର ୭୫୦ ପୁଲିଂ ବୁଥରେ ମତଦାନ କରିବେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଏଥର ମୈଦାନରେ ଅଛନ୍ତି ମୋଟ୍ ୬୭୨ ପ୍ରାଥୀ । ଦିଲ୍ଲୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଦାୟିତ୍ୱରେ ପ୍ରାୟ ୭୫ ହଜାର ସୁରକ୍ଷା ବଳ ନିୟୋଜନ ହୋଇଛନ୍ତି । ଦିଲ୍ଲୀ ପୋଲିସର କେବଳ ୪୦ ହଜାର ପୋଲିସ ମୁତୟନ କରାଯାଇଛି । ସେପଟେ ମତଦାନ ପାଇଁ ନିର୍ବାଚନ ପାଇଁ ବଡ ବ୍ୟବସ୍ଥା କରାଯାଇଛି ।

ରାତି ୪ ଟାରୁ ମେଟ୍ରୋ ଟ୍ରେନ ଗଡିଛି । ସେହିପରି ୬ ତାରିଖରୁ ଆସନ୍ତା ୯ ତାରିଖ ଯାଏଁ ମଦ ଦୋକାନ ରହିବା ନେଇ ନିର୍ଦ୍ଦେଶ ନାମା ଜାରି ହୋଇଛି । ଦିଲ୍ଲୀରେ ବିଶେଷ କରି ଏଥର ତ୍ରିମୁଖୀ ଲଢେଇ ହେଉଛି । ୨୦ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ଦୂରରେ ଥିବା ବିଜେପି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି । ସେପଟେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଓ ବିଜେପିକୁ ଚକମା ଦେବାକୁ ଯୋଜନା କରୁଛି କଂଗ୍ରେସ । ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସକୁ ହରାଇ ନୂଆ ଦିଲ୍ଳୀରେ କ୍ଷମତାକୁ ଆସିବା ପର ଠାରୁ ଦଳର ଜୟ ଯାତ୍ରା ଜାରି ରହିଛି । ସେପଟେ ନିର୍ବାଚନ ଆଗରୁ ମନ୍ଦିର ବୁଲି ହନୁମାନଙ୍କ ପୂଜା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମନୋଜ ତିୱାରୀ ମଧ୍ୟ ଛତରପୁର ଓ କାଲକାଜୀ କାଳୀ ମନ୍ଦିର ଯାଇ ପୂଜାର୍ଚନା କରିଛନ୍ତି । ନିର୍ବାଚନକୁ ନଜରରେ ରଖି ସେପଟେ ୫୦ ଦିନ ଧରି ଆନ୍ଦୋଳନରେ ଚାଲିଥିବା ସାହିନ ବାଗ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।