ବନକଲାଗି ପାଇଁ ମହାପ୍ରଭୁ ୪ ଘଂଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଅପରାହ୍ଣ ୪ଟାରୁ ରାତ୍ର ୮ ପର୍ଯ୍ୟନ୍ତ ଦର୍ଶନ ଦେବେ ନାହିଁ ମହାପ୍ରଭୁ

Advertisment
ରିହାତିରେ ଓମଫେଡ ଦେଉଛି ଘିଅ, ତଥାପି ଏତେ ଲୋଭ । ଶ୍ରୀମନ୍ଦିର ଦୀପ ଘିଅରେ ବି ଅପମିଶ୍ରଣ, ଓମଫେଡ ଡବାରେ ଭରାଯାଉଛି ନକଲି ଘିଅ !!

କନକ ବ୍ୟୁରୋ : ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମୁଖ ଶୃଙ୍ଗାର ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଉଥିବାରୁ ବୁଧବାର ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଏହି ସମୟରେ ଦର୍ଶନ ବନ୍ଦ ରହିବ। ରାତି ୮ଟାରେ ପୁନର୍ବାର ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
ଶ୍ରୀମନ୍ଦିରରେ ଦିବା ପହୁଡ଼, ତିନି ଘଣ୍ଟା ଦର୍ଶନ ବନ୍ଦ
ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହୋଇଯାଇଛି। । ଏଥି ପାଇଁ ଆଜି ଶ୍ରୀମନ୍ଦିରରେ ତିନି ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଅପରାହ୍ଣ ସାଢ଼େ ୩ଟାରୁ ଦିବା ପହୁଡ଼ ନୀତି ଆରମ୍ଭ ହୋଇଥିଲା। ପହୁଡ଼ ଖୋଲିବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଦର୍ଶନ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe