ପୁରୀରେ ଆଜି ଦଇତାପତି ନିଯୋଗ ନିର୍ବାଚନ: ୧୫ ପଦବୀରେ ୨୪ ପ୍ରାର୍ଥୀ; ସକାଳ ୯ଟାରୁ ଭୋଟଦାନ, ୪ଟାରେ ଗଣତି

ଫୋନିକୁ ବିତିଲାଣି ମାସେ ! ସିଂହଦ୍ୱାରରେ ଲାଗିନାହିଁ ଜୟ ବିଜୟ ମୂର୍ତ୍ତି, ଲଳିତଗିରିରେ ଚାଲିଛି ମୂତ୍ତି ନିର୍ମାଣ

କନକ ବ୍ୟୁରୋ: ଶ୍ରୀମନ୍ଦିର ଦଇତାପତି ନିଯୋଗର ଆଜି ନିର୍ବାଚନ ହେଉଛି । ଦକ୍ଷିଣଦ୍ୱାର ପ୍ରକୋଷ୍ଠରେ ହେବାକୁ ଥିବା ଏହି ନିର୍ବାଚନରେ ୧୨୦ ଜଣ ସଦସ୍ୟ ୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ଜଣଙ୍କୁ ନିର୍ବାଚିତ କରିବେ । ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ରହିବେ । ଦୀର୍ଘ ବର୍ଷ ପରେ ଦଇତାପତି ନିଯୋଗର ନିର୍ବାଚନ ହେଉଛି । ଗତ ୧୯ ତାରିଖରେ ଏହି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା ।

publive-image

ଆଜି ସକାଳ ୯ଟାଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯର‌୍ୟନ୍ତ ଚାଲିବ। ଅପରାହ୍ନ ୪ଟାରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ। ତେବେ ଆରମ୍ଭରୁ ଦଇତାପତି ନିଯୋଗ ନିର୍ବାଚନ ଚର୍ଚ୍ଚାରେ ରହିଥିଲା। ଗୋଟିଏ ଗୋଷ୍ଠୀ ନିର୍ବାଚନ ସପକ୍ଷରେ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ନିର୍ବାଚନ ନ ହେଉ ବୋଲି କହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟପକ୍ଷ ନିର୍ବାଚନ ଲଢିବା ଲାଗି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମୋଟ ୩୨ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୨ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ୬ ଜଣ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଥିଲେ।

publive-image

ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର, ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ନିର୍ବାଚନ ଲଢିବା ନେଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବି ଶେଷ ମୁହୂର୍ତ୍ତରେ ପ୍ରତ୍ୟାହାର କରି ନେଇଥିଲେ। ତେବେ ଏମାନଙ୍କ ପ୍ରତ୍ୟାହାରର କାରଣ ଏ ପର‌୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe