ଆଜି କଟକ ବନ୍ଦ: ସହରର ଏକାଧିକ ସମସ୍ୟାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ଡାକରା
କାର୍ଯ୍ୟରୁ ନିବୃତ୍ତ ରହିବେ ଆଇନଜୀବୀ
କନକ ବ୍ୟୁରୋ: ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉଠିଯିବା ଏବଂ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ , ମାତ୍ରାଧିକ ଟ୍ରାଫିକ୍ ଜରିମାନା ଲାଗୁ ଆଦି ପ୍ରସଙ୍ଗକୁ ବିରୋଧ କରି ଆଜି କଟକ ବନ୍ଦ ଡାକରା ଦେଇଛି କେତେକ ସଂଗଠନ । ତେବେ ବନ୍ଦ ଡାକରା ଯୋଗୁଁ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇନପାରନ୍ତି । ପ୍ରସ୍ତାବିତ ବନ୍ଦ ଯୋଗୁଁ ଆଇନଜୀବୀମାନେ କୋର୍ଟରେ ପହଂଚିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଣୁ ଏଭଳି ପରିସ୍ଥ୍ିତିରେ ଯଦି କୌଣସି ଆଇନଜୀବୀ ଆଜିର ଦିନରେ ଥିବା ଶୁଣାଣି ସମୟରେ ଅନୁୁପସ୍ଥିତ ରହନ୍ତି ତେବେ ତାଙ୍କ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ ନକରିବାକୁ ବୋଲି ଅନୁରୋଧ କରାଯାଇଛି । ହାଇକୋର୍ଟ ବାର ଆସୋସିଏସନ ନିର୍ବାହୀ ପରିଷଦ ପକ୍ଷରୁ ଆଲୋଚନା କରାଯାଇ ଏନେଇ ପ୍ରସ୍ତାବ ଗ୍ରହଣ କରାଯାଇଛି ଏବଂ ଏସଂପର୍କରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କୁ ଅବଗତ କରାଯାଇଛି ।