ରାଜ୍ୟରେ ୩ ହଜାର ୨୫ ନୂଆ ଆକ୍ରାନ୍ତ ଚିହ୍ନଟ । ଲକ୍ଷେ ୬ ହଜାର ୫୬୧ରେ ପହଚିଂଲା ଆକ୍ରାନ୍ତଙ୍କ ସଂଖ୍ୟା : ୧୧ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ପଜିଟିଭ

382

କନକ ବ୍ୟୁରୋ : ରାଜ୍ୟରେ ୩ ହଜାର ୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲକ୍ଷେ ୬ ହଜାର ୫୬୧ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଚିଂଛି । ସେହିପରି ୨୪ଘଂଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ପଜିଟିଭ ଚିହ୍ନଟ ହୋଇଥିବା ବେେଳେ କଟକରୁ ୩୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଂଜାମରୁ ୨୦୭, କୋରାପୁଟରୁ ୧୩୯, କେନ୍ଦ୍ରାପଡାରୁ ୧୨୮, ଢେଙ୍କାନାଳରୁ ୧୩୨, ମୟୁରଭଂଜରୁ ୨୧୫, ସମ୍ବଲପୁରରୁ ୮୩, ନୂଆପଡାରୁ ୭୯, ପୁରୀରୁ ୧୩୬, ସୁନ୍ଦରଗଡରୁ ୫୬, ସୋନପୁରରୁ ୨୨, ନୟାଗଡରୁ ୬୭, କଳାହାଣ୍ଡିରୁ ୮୨, ଜଗତସିଂହପୁରରୁ ୭୮,ଗଜପତିରୁ ୨୯,ଅନୁଗୁଳରୁ ୫୮, ବାଲେଶ୍ୱରରୁ ୪୦, ବରଗଡରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୭୭ ହଜାର ୨୮୬ ଜର ସୁସ୍ଥ ହୋଇଥିବା ବେଳେ ୨୮ ହଜାର ୭୧୯ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିିଛି ।