ଆଜି ରାଜ୍ୟରେ ୩ ହଜାର ୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ । ୧୧ ମୃତ : ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୩୦ ପଜିଟିଭ୍ , କଟକରୁ ୪୦୦ : ଲକ୍ଷେ ୯ ହଜାର ୭ ଶହ ପାର୍ କଲା ଆକ୍ରାନ୍ତ ସଂଖ୍ୟା

425

କନକ ବ୍ୟୁରୋ : ଆଜି ରାଜ୍ୟରେ ୩ ହଜାର ୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୯ଶହ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ଶହ ୨୮ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୯ ହଜାର ୭୮୦ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଚିଂଛି । ସେହିପରି ୨୪ଘଂଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୭୩୧ ପଜିଟିଭ ଚିହ୍ନଟ ହୋଇଥିବା ବେେଳେ କଟକରୁ ୪୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ପୁରୀରୁ ୨୧୭, ବାଲେଶ୍ୱରରୁ ୧୯୪, ବରଗଡରୁ ୧୮୫, ଗଂଜାମରୁ ୧୬୯, ମୟୁରଭଂଜରୁ ୧୩୭, ଯାଜପୁରରୁ ୧୧୭ଜଣ, କେନ୍ଦୁଝରରୁ ୧୦୨ଜଣ, କୋରାପୁଟରୁ ୯୦, କେନ୍ଦ୍ରାପଡାରୁ ୫୭, ଢେଙ୍କାନାଳରୁ ୩୭, ସମ୍ବଲପୁରରୁ ୭୮, ନୂଆପଡାରୁ ୪୯, ସୁନ୍ଦରଗଡରୁ ୬୦, ସୋନପୁରରୁ ୨୬, ନୟାଗଡରୁ ୬୨, କଳାହାଣ୍ଡିରୁ ୩୭, ଜଗତସିଂହପୁରରୁ ୬୦, ଗଜପତିରୁ ୨୭, ଅନୁଗୁଳରୁ ୬୬, ଭଦ୍ରକରୁ ୮୭, ବଲାଙ୍ଗୀରରୁ ୧୦,ବୌଦ୍ଧରୁ ୩୬, କନ୍ଧମାଳରୁ ୩୨ଜଣ, ମାଲକାନଗିରିରୁ ୧୩ଜଣ, ନବରଙ୍ଗପୁରରୁ ୫୫ଜଣ, ରାୟଗଡ଼ାରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଯାଏ ୮୦ ହଜାର ୭୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ହଜାର ୪୪୩ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିିଛି । ସେହିପରି ରାଜ୍ୟରେ ୨୪ ଘଂଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୫୧୪ରେ ପହଂଚିଛି । ମୃତକଙ୍କ ମଧ୍ୟରେ ଗଂଜାମରୁ ୩ଜଣ, ଭୁବନେଶ୍ୱରରୁ ୨ ଜଣ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ପୁରୀ, ଜଗତସିଂହପୁର, ସମ୍ବଲପୁରରୁ ଜଣେ ଲେଖାଁଏ ମୃତ୍ୟୁ ହୋଇଛି ।