ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୭୦୬ କରୋନା ସଂକ୍ରମିତ, ସୁସ୍ଥଙ୍କ ସଂଖ୍ୟା ୧,୦୮୦୦୧ ଛୁଇଁଲା

କୋଭିଡ୍ ପରିଚାଳନାକୁ ଅଧିକ ଶୃଙ୍ଖଳିତ କରିବାକୁ ପଦକ୍ଷେପ: ଜିଲ୍ଲା ସ୍ତରରେ ଗଢା ହେବ କୋଭିଡ୍ କମିଟି; ଚିକିତ୍ସାମାନ ସହ କୋଭିଡ୍ ମୁକାବିଲାର କରିବ ଯାଂଚ, ସ୍ୱାସ୍ଥ୍ୟ ବିଭାଗ ଜାରିକଲା ନିର୍ଦ୍ଦେଶ

କନକ ବ୍ୟୁରୋ :  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରୁଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୧୧ ଜଣ ସୁସ୍ଥଙ୍କ ସମେତ ରାଜ୍ୟରୁ ୨ ହଜାର ୭ ଶହ ୦୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ୦୧ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକରୁ ୪୧୧ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡ଼ରୁ ୧୫୨, ବରଗଡ଼ରୁ ୧୩୯, ପୁରୀରୁ ୧୩୨, ରାୟଗଡ଼ରୁ ୧୦୧, ଝାରସୁଗୁଡ଼ାରୁ ୯୩, ଯାଜପୁରରୁ ୯୨, କେନ୍ଦୁଝରରୁ ୮୨, ସମ୍ବଲପୁରରୁ ୮୧, ଜଗତ୍‌ସିଂହପୁରୁ ୭୫, କେନ୍ଦ୍ରାପଡ଼ାରୁ ୬୬, ଢେଙ୍କାନାଳରୁ ୬୫, କୋରାପୁଟରୁ ୬୫, ଭଦ୍ରକରୁ ୫୩, ନବରଙ୍ଗପୁରରୁ ୫୨, ବାଲେଶ୍ବରରୁ ୩୮, ସୁନ୍ଦରଗଡ଼ରୁ ୩୪, କଳାହାଣ୍ଡିରୁ ୩୩, ମାଲକାନଗିରିରୁ ୨୭, ବଲାଙ୍ଗୀରରୁ ୨୫, ସୋନପୁରରୁ ୨୪, ବୌଦ୍ଧରୁ ୨୩, ନୂଆପଡ଼ାରୁ ୨୩, କନ୍ଧମାଳରୁ ୨୦, ଗଜପତିରୁ ୧୮, ଅନୁଗୁଳରୁ ୧୭ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ଗୋଟିଏ ଦିନରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ ୩୯୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ ୩୯ ହଜାର ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe