କଟକ ବଡ ମେଡିକାଲ ପାଇଁ ବଡ ଯୋଜନା । ବିଶ୍ୱସ୍ତରୀୟ ଅନୁଷ୍ଠାନ କରିବାକୁ ଅଂଟା ଭିଡିଲେ ସରକାର, ଆଜି ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା, ଫେବୃୟାରୀ ସୁଦ୍ଧା ଜମି ଅଧିଗ୍ରହଣ, ମାର୍ଚ୍ଚରୁ ଆରମ୍ଭ ହେବ ନିର୍ମାଣ କାମ

136

କନକ ବ୍ୟୁରୋ : କଟକ ବଡ ମେଡିକାଲ ହେବ ବିଶ୍ୱସ୍ତରୀୟ ଅନୁଷ୍ଠାନ । ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ୫ଟି ସଚିବ ଭି.କେ. ପାଣ୍ଡିଆନ ଗତକାଲି ଏସସିବି ଗସ୍ତକରିବା ପରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଜିଲ୍ଲାପାଳ ଓ ଆରଡିସି ଜମି ଅଧିଗ୍ରହଣ ନେଇ ପ୍ରସ୍ତାବ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ସମୀକ୍ଷା କରିବେ । ତାପରେ ଆରମ୍ଭ ହେବ ଜମି ଅଧିଗ୍ରହଣ ପ୍ରକ୍ରିୟା ।

ଫେବୃୟାରୀ ୨୮ ସୁଧା ଜମି ଅଧିଗ୍ରହଣ ଓ ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସୂଚନା ଅନୁଯାୟୀ ଏସସିବିକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ ପାଇଁ ଆବଶ୍ୟକ ପଡୁଥିବା ଜମି ଲାଗି ଡାକ୍ତରଖାନା ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର ଉଛେଦ ହେବ । ଏହି ପକ୍ରିୟାରେ ୧୩ ଜଣ ଡାକ୍ତରଙ୍କ ଘର ହଟାଯିବ । ତେବେ ଉଛେଦ ହେଉଥିବା କର୍ମଚାରୀଙ୍କୁ ସରକାର ଅନ୍ୟ ସ୍ଥାନରେ ରଖିବାର ବ୍ୟବସ୍ଥା କରିବେ । ଏହି ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ ।