ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଣ୍ଡିଖୋଲଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସର କରିବେ ଉଦଘାଟନ

ଆଜି ଯାଜପୁର ଓ ଭଦ୍ରକ ଜିଲ୍ଳା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

169

କନକ ବ୍ୟୁରୋ : ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିବେ ନବୀନ । ପ୍ରଥମେ ବଡଚଣାରେ ୧୦୯ କୋଟିରୁ ଅଧିକ ଟଙ୍କାର ୫ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ସେହିପରି ୪୩କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।

ଏହାପରେ ଚାନ୍ଦବାଲି ଗସ୍ତରେ ଯାଇ ସେଠାରେ ୩୯୬ କୋଟିରୁ ଅଧିକ ଟଙ୍କାର ୧୬ଟି ପ୍ରକଳ୍ପର ଉଦଘାଟନ ଓ ୧୧୮୦ କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବାର ରହିଛି କାର୍ଯ୍ୟକ୍ରମ ।