କନକ ବ୍ୟୁରୋ : ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିବେ ନବୀନ । ପ୍ରଥମେ ବଡଚଣାରେ ୧୦୯ କୋଟିରୁ ଅଧିକ ଟଙ୍କାର ୫ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ସେହିପରି ୪୩କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।
ଏହାପରେ ଚାନ୍ଦବାଲି ଗସ୍ତରେ ଯାଇ ସେଠାରେ ୩୯୬ କୋଟିରୁ ଅଧିକ ଟଙ୍କାର ୧୬ଟି ପ୍ରକଳ୍ପର ଉଦଘାଟନ ଓ ୧୧୮୦ କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବାର ରହିଛି କାର୍ଯ୍ୟକ୍ରମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/NAVEEN.jpg)