କନକ ବ୍ୟୁରୋ: ଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ଆଜି ସକାଳୁ ସକାଳୁ ମେଘୁଆ ପାଗ । ଛତିଶଗଡ଼ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଅଂଚଳରେ ଗତକାଲି ତୁଳନାରେ ଦିନ ତାପମାତ୍ରା ସାମାନ୍ୟ କମ୍ ରହିବା ସମ୍ଭାବନା ରହିଛି । ହେଲେ ଆହୁରି ୫ ଦିନ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
୩ ଦିନ ଭିତରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଗତକାଲି ୪୧ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସବୁଠୁ ଉତପ୍ତ ସହର ପାଟଲିଛି । ମାଲକାନଗରିରି ସମେତ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବୌଦ୍ଧ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ ଦଶମିକ ୫ ଡିଗ୍ରୀ, ବଲାଙ୍ଗୀର ତାପମାତ୍ରା ୪୦ ଦଶମିକ ୨ ଥିବା ବେଳେ ନୟାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏପଟେ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ରାତିରେ ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ଉପକୂଳ ଓଡ଼ିଶାରେ ଆଦ୍ରତା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳିଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଅଧିକ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଥିବାରୁ ଝାଂଜିପବନ ଓ ଗୁଳୁଗୁଳି ଅଧିକ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/rainfall-e1659347857859.jpg)