କନକ ବ୍ୟୁରୋ : କେନ୍ଦ୍ରୀୟ ଟିମ୍ ଦ୍ୱାରା ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ । ଗୁରୁବାର ଏହି ଟିମ ଭଦ୍ରକର ଚାନ୍ଦବାଲି ପ୍ରଭାବିତ ଅଂଚଳ ବୁଲିଛନ୍ତି । ଏଥିସହ ଧାମରାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି । ସେଠାକାର ଲୋକମାନଙ୍କ ମତାମତ ନେଇଛନ୍ତି । ଆଜି ମଧ୍ୟ ୨ଟି ଟିମରେ ଭାଗ ହୋଇ ୪ ପ୍ରଭାବିତ ଜିଲ୍ଲା ବୁଲିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଟିମ ଚାନ୍ଦବାଲି ଓ ବାସୁଦେବପୁରରେ ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଅପରାହ୍ନରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଗସ୍ତ କରିବେ ।
ସେହିପରି ଦ୍ୱିତୀୟ ଟିମ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣରେ ଜଗତସିହଂପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ସ୍ଥିତି ଅନୁଧ୍ୟାନ କରିବ ଟିମ । ସନ୍ଧ୍ୟାରେ ଏହି ଦୁଇଟି ଟିମ ଲୋକସେବା ଭବନରେ ମୁଖ୍ୟଶାସନ ସଚିବଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/bulbul.jpg)