ଆଜି ପୁଣି କରୋନା ନେଲା ୧୬ ମୁଣ୍ଡ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୫ 

217

କନକ ବ୍ୟୁରୋ : କିଛିଦିନ ହେବ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ତଳେ ଟ୍ରେଣ୍ଡିଂ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା କମିବାରେ ନାଁ ନେଉନି । ଗୋଟେପଟେ ରାଜ୍ୟସରକାର ଅନଲକ୍ -୫ ନେଇ ଗାଇଡ ଲାଇନ ଦେଇସାରିଥିବା ବେଳେ ମୃତକଙ୍କ ସଂଖ୍ୟାକୁ ନଜର କଲେ ଏହି ଗାଇଡ ଲାଇନ ଆହୁରି କଡାକଡି ହେବା ଆବଶ୍ୟକ ବୋଲି ମନେ କରାଯାଉଛି । କାରଣ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ବି ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସୂଚନା ମୁତାବକ ଗତ ୨୪ ଘଂଟାରେ କରୋନା ଜନିତ ମୃତ୍ୟୁ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଦା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଭୂୁବନେଶ୍ୱରରୁ ୪ ଜଣ ରହିଛନ୍ତି । ନୟାଗଡ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଜଗତସିଂହପୁର, କଳାହାଣ୍ଡି ଓ ବରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।