ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର । ଭୋଟରଙ୍କୁ ନିଜ ପକ୍ଷରେ କରିବା ପାଇଁ ପ୍ରାର୍ଥୀଙ୍କ ଶେଷ କସରତ
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ସରୁଛି ପ୍ରଚାର ଅଭିଯାନ
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ବ୍ରହ୍ମପୁର ଆସନ ଅଧୀନରେ ଆସୁଥିବା ଛତ୍ରପୁର (ଏସସି), ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା (ଏସଟି) ଓ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ଗୁଣୁପୁର (ଏସଟି), ବିଷମକଟକ (ଏସଟି), ରାୟଗଡ଼ା(ଏସଟି), ଲକ୍ଷ୍ମୀପୁର (ଏସଟି), ଜୟପୁର, କୋରାପୁଟ (ଏସସି) ଓ ପଟ୍ଟାଙ୍ଗୀ (ଏସଟି) ବିଧାନସଭା ଆସନ ପାଇଁ ପ୍ରଚାରକାର୍ଯ୍ୟ ବନ୍ଦ କରିବାକୁ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ବିଧାନସଭା ପାଇଁ ମୋଟ ୨୦୩ ଜଣ ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପାଇଁ ୨୮ ଜଣ ପ୍ରାର୍ଥୀ ନିର୍ବାଚନରେ ସେମାନଙ୍କର ଭାଗ୍ୟ ପରୀକ୍ଷା କରିବେ।