ବିଭିନ୍ନ ସରକାରୀ ଯୋଜନାରୁ ବାଃ ବାଃ ନେବାକୁ ଟଣାଟଣି । କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରୁଥିବା ଅଭିଯୋଗରେ ଆଜି ବିଜେପିର ପ୍ରତିବାଦ

ସମସ୍ତ ବ୍ଲକ ଓ ପୌରାଂଚଳରେ ଆନ୍ଦୋଳନ କରିବ ଭାରତୀୟ ଜନତା ପାର୍ଟି

251

କନକ ବ୍ୟୁରୋ: କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ହଡପ କରିନେଉଛନ୍ତି ରାଜ୍ୟ ସରକାର । ଏହାର ପ୍ରତିବାଦରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି । ଆଜି ରାଜ୍ୟର ସମସ୍ତ ବ୍ଲକ୍ ଓ ପୌରାଂଚଳ ଘେରାଓ କରିବ ବିଜେପି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରେ ହେଉଛି ବୋଲି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରିବ ବିଜେପି ।

ମୋଦି ସରକାର ଦେଶରେ ବିଭିନ୍ନ ପ୍ରକାର ଜନହିତକର ଯୋଜନା ଲାଗୁ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଳାଇ ବାହା ନେବାକୁ ବସିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ଆଜି ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଏବଂ ପୌରାଂଚଳ ଘେରାଉ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେବ ରାଜ୍ୟ ବିଜେପି  ।