କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ୪ ବିଜେଡି ପ୍ରାର୍ଥୀ ଆଜି ନାମାଙ୍କନ ଭରିବେ । ବିଧାନସଭା ସଚିବାଳୟ ପରିସରରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସମସ୍ତେ ପ୍ରାର୍ଥୀପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।

Advertisment

ତେବେ ସଂଖ୍ୟା ନଥିବାରୁ କଂଗ୍ରେସ ଓ ସିପିଏମ ଏହି ନିର୍ବାଚନରେ ଭୋଟ ଦାନରୁ ବିରତ ରହିବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି ।