ଆଜି ବିଜେଡି ରାଜ୍ୟ ପରିଷଦ ବୈଠକ । ଲଗାତର ଅଷ୍ଟମ ଥର ପାଇଁ ସଭାପତି ହେବେ ନବୀନ ପଟ୍ଟନାୟକ : ନିର୍ବାଚିନ ନୁହେଁ ମନୋନୀତ ହୋଇ ପୁଣି ଧରିବେ ବିଜେଡି ମଙ୍ଗ

226

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ବିଜେଡିର ପରବର୍ତୀ ସଭାପତି ଭାବରେ ବିଧିବଦ୍ଧ ଭାବେ ନିର୍ବାଚିତ କରାଯିବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଡକାଯାଇଥିବା ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ସଭାପତି ପଦରେ ନିର୍ବାଚିତ ହେବାର କାର୍ଯ୍ୟକ୍ରମ ରହିଛି । ଏକମାତ୍ର ପ୍ରାର୍ଥୀ ଭାବରେ ଏହି ପଦ ଲାଗି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ରାଜ୍ୟ ପରିଷଦ ବୈଠକରେ ୩୫୫ଜଣ ସଦସ୍ୟ ରହିଥିବା ବେଳେ ୮୦ଜଣ ସଦସ୍ୟଙ୍କୁ ରାଜ୍ୟ କାର୍ଯ୍ୟକାରିଣିକୁ ମଧ୍ୟ ନିର୍ବାଚିତ କରାଯିବ । ଦଳୀୟ କାର୍ଯ୍ୟକ୍ରମ ଅନୁଯାୟୀ ସଭାପତି ପଦରେ ଅଷ୍ଟମଥର ଲାଗି ନବୀନଙ୍କ ନିର୍ବାଚନ ବିଧିବଦ୍ଧ ଘୋଷଣା ହେଲା ପରେ ରାଜ୍ୟ ପରିଷଦ ବୈଠକରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ପରବର୍ତି ସମୟରେ ଦଳର ଅନ୍ୟ ପଦାଧିକାରୀଙ୍କ ନାଁ ଘୋଷଣା କରାଯିବ ।