ତେଲ ପାଇଁ ବିଧାନସଭା ଅଚଳ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ନାରାବାଜି : ୩ଟା ଯାଏ ଗୃହ ମୁଲତବୀ

ତେଲ ପାଇଁ ବିଧାନସଭା ଅଚଳ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ନାରାବାଜି : ୩ଟା ଯାଏ ଗୃହ ମୁଲତବୀ

କନକ ବ୍ୟୁରୋ : ତେଲ ପାଇଁ ଆଜି ବି ବିଧାନସଭା ଅଚଳ । ୩ଟା ଯାଏ ଗୃହ ମୁଲତବୀ । ବାହାରେ ତେଲତାତି ଦେଖା ଦେଇଥିବାବେଳେ ଆଜି ବିଧାନସଭା ଭିତରେ ବି ତେଲତାତି ଦେଖିବାକୁ ମିଳିଛି । ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ଫଳରେ ବିଧାନସଭାର ଗୃହକାର୍ଯ୍ୟକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । ଆଜି ଦିନ ୧୦ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେଡି ସଦସ୍ୟମାନେ ହୋହଲ୍ଲା ସହ ନାରାବାଜି କରିଥିଲେ । ବିଜେଡିର ହୋହଲ୍ଲା ମଧ୍ୟରେ ଶିକ୍ଷକ ସମସ୍ୟାକୁ ନେଇ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ । ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଗୃହ ଆରମ୍ଭ ହେବା ଦିନଠାରୁ ବିଭିନ୍ନ କାରଣରୁ ସଠିକ ଭାବରେ ଚାଲିପାରୁନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe