ଆଜି ବିରଜୁଙ୍କ ଘର ବାହୁଡ଼ା : ବିଦେଶ ମାଟିରୁ ଜନ୍ମମାଟିକୁ ଫେରୁଛନ୍ତି ସୁନ୍ଦରଗଡ଼ର ବ୍ୟକ୍ତି, ଘଟିବ ୨୫ ବର୍ଷ ପ୍ରତୀକ୍ଷାର ଅନ୍ତ; ପାକିସ୍ତାନ ଲାହୋର ଜେଲରୁ ମୁକ୍ତି ପରେ ଘରକୁ କରୁଛନ୍ତି ପ୍ରତ୍ୟାବର୍ତନ

ସାଙ୍ଗରେ ଅଛି ଜିଲ୍ଲା ପ୍ରଶାସନ

126

କନକ ବ୍ୟୁରୋ : ଆଜି ଜନ୍ମମାଟିକୁ ଫେରିବେ ବିରଜୁ କୁଲୁ । ୨୫ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବ । ପାକିସ୍ତାନ ଲାହୋର ଜେଲରେ ୨୫ ବର୍ଷ କାଟିବା ପରେ ଆଜି ସୁନ୍ଦରଗଡ଼କୁ ଫେରୁଛନ୍ତି ବିରଜୁ । କାଲି ସଂଧ୍ୟାରେ ସେ ଝାଡ଼ଖଣ୍ଡର ଗୁମଲାରେ ପହଁଚିଥିଲେ । ୨୫ ବର୍ଷ ତଳେ ବାଟ ଭୁଲି ପାକିସ୍ତାନ ସୀମା ଭିତରକୁ ପଶି ଯାଇଥିଲେ ବିରଜୁ । ପାକିସ୍ତାନ ପୁଲିସ ତାଙ୍କୁ ଧରି ନେବା ପରେ ଆରମ୍ଭ ହୋଇଥିଲା ତାଙ୍କର ଜୀବନ ସଂଘର୍ଷ । ଲାହୋର ଜେଲରୁ ମୁକ୍ତି ପାଇବା ପରେ ପ୍ରଥମେ ଅମୃତସରକୁ ଅଣା ଯାଇଥିଲା । ଏହାପରେ ସୁନ୍ଦରଗଡ଼ ପ୍ରଶାସନର ସହାୟତାରେ ତାଙ୍କୁ ଜନ୍ମମାଟିକୁ ଫେରାଇ ଅଣାଯାଉଛି । ସେପଟେ ବିଜୁଙ୍କ ଫେରିବା ବାଟକୁ ଚାହିଁଛି କୁତ୍ରାର କଟଙ୍ଗ ଅଂଚଳବାସୀ ।

ଲାହୋର ଏକ ଜେଲରେ ଦୀର୍ଘ ୨୫ ବର୍ଷ କାଟିବା ପରେ ନିର୍ଦ୍ଦୋଷରେ ମୁକୁଳିଛନ୍ତି ବିରଜୁ । ଭାରତ ସରକାରଙ୍କୁ ଅକ୍ଟୋବର ୨୬ରେ ୱାଘା ବର୍ଡର ଠାରେ ଅନ୍ୟ ଭାରତୀୟ ନାଗରିକଙ୍କ ସହ ବିର୍ଜୁଙ୍କୁ ହସ୍ତାନ୍ତର କରିଥିଲା ପାକିସ୍ତାନ ।ବିରଜୁ ଜନ୍ମମାଟିକୁ ଫେରିଆସୁଥିବା ଖବର ଶୁଣି କଟଙ୍ଗ ଗାଁରେ ଖୁସିର ପରିବେଶ ଦେଖିବାକୁ ମିଳିଛି । ହେଲେ ବିରଜୁ ବାଟ ଚାହିଁ ଚାହିଁ ବାପା ମା ଆରପାରିକୁ ଚାଲିଯାଇଛନ୍ତି । ପୈତୃକ ଘର ଭାଙ୍ଗିରୁଜି ମାଟିରେ ମିଶିଗଲାଣି । ସେ ଆସିଲେ କେଉଁଠି ରହିବେ, କଣ କରିବେ ଏଭଳି ପ୍ରଶ୍ନ ପାହାଡ ଭଳି ଛିଡା ହୋଇଛି । ତେବେ ବିରଜୁ ଫେରିବା ପରେ ପର୍ଯ୍ୟାୟ କ୍ରମେ ସବୁ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।